You are currently viewing ଓଡିଶା ରାଜ୍ୟର ତୃତୀୟ COVID-19 ଆକ୍ରାନ୍ତଙ୍କ ବିଷୟରେ ସୂଚନା – 3rd Odisha COVID-19 Positive Person Details

ଓଡିଶା ରାଜ୍ୟର ତୃତୀୟ COVID-19 ଆକ୍ରାନ୍ତଙ୍କ ବିଷୟରେ ସୂଚନା – 3rd Odisha COVID-19 Positive Person Details

ଏବେ ଆସନ୍ତୁ ରାଜ୍ୟର ତୃତୀୟ ଆକ୍ରାନ୍ତଙ୍କ ବିଷୟରେ ଜାଣିବା !

ବୟସ – 60 ବର୍ଷ
ଘର – ଭୁବନେଶ୍ବର
ଯାତ୍ରା – ଦିଲ୍ଲୀରୁ ଗତ ମାର୍ଚ୍ଚ 10 ତାରିଖ ସନ୍ଧ୍ୟା 7 ଟାରେ         ଇଣ୍ଡିଗୋ ବିମାନରେ ଫେରିଥିଲେ!
ଲକ୍ଷଣ – 11 ଦିନ ପରେ ଥଣ୍ଡା କାଶ ଜ୍ୱର ହେବାରୁ କର କ୍ଲିନିକରେ ଦେଖାଇ ଔଷଧ ଖାଇଲେ
ଭର୍ତି –  ଜ୍ଵର ନକମିବାରୁ 14 ଦିନ ପରେ ପୁଣି କର କ୍ଲିନିକରେ ଭର୍ତି ହେଲେ ଓ ICU କୁ ଗଲେ
ପରୀକ୍ଷା – 17 ଦିନ ପରେ COVID-19 ଜଣାପଡିଲା ଓ କରୋନା ଚିକିତ୍ସା ଆରମ୍ଭ ହେଲା


ଏହି 17 ଦିନ ଭିତରେ ତାଙ୍କ ସହ ସେଦିନ ଭୁବନେଶ୍ବର ଆସିଥିବା ଇଣ୍ଡିଗୋ ବିମାନର ଯାତ୍ରୀ ଓ କର୍ମଚାରୀ, ବିମାନ ବନ୍ଦର କର୍ମଚାରୀ, ବିମାନ ବନ୍ଦରରୁ ଘର ଯାଏଁ ଯାହା ଯାହା ସାଙ୍ଗରେ ଆସିଲେ, ଭୁବନେଶ୍ବରରେ ତାଙ୍କ ସହ ରହୁଥିବା ତାଙ୍କ ପରିବାର ଓ ପ୍ରିୟଜନ, ଯେଉଁ ଅଞ୍ଚଳରେ ରହୁଥିଲେ ସେ ଅଞ୍ଚଳର ସ୍ଥାନୀୟ ଲୋକ-ଯେଉଁ ମାନେକି ଏହି 14 ଦିନ ଭିତରେ ତାଙ୍କ ସଂସ୍ପର୍ଶରେ  ଆସିଥିବେ , କର କ୍ଲିନିକ୍ ର ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀ ତଥା କିଛି ରୋଗୀ ଓ ତାଙ୍କ ଆତ୍ମୀୟଙ୍କୁ ( ସଂଖ୍ଯା ଅତି କମ୍ ରେ 200) ସଂକ୍ରମଣର ଆଶଙ୍କା ରହିଛି ଏବଂ ଏହି 200 ଜଣ ଏ 14 ରୁ 17 ଦିନ ଭିତରେ ଆଉ କାହା କାହା ସଂସ୍ପର୍ଶରେ ଆସି ସଂକ୍ରମଣର ଶିକୁଳିକୁ ବଢେଇଛନ୍ତି……. 


ଏ ସବୁ କହିବାର ତାତ୍ପର୍ଯ୍ୟ, ଯେହେତୁ  60 ବର୍ଷର ଜଣେ ବୟସ୍କ ନାଗରିକଙ୍କ କ୍ଷେତ୍ରରେ 17 ଦିନ ପରେ ରୋଗ ସମ୍ପର୍କରେ ଜଣା ପଡୁଛି, ତେଣୁ  ସମସ୍ତଙ୍କ କ୍ଷେତ୍ରରେ ଏବେ ଘରେ ସଙ୍ଗରୋଧ ବା ଏକାନ୍ତ ବାସ ହେଉଛି ସବୁ ସମସ୍ୟାର ଶ୍ରେଷ୍ଠ ସମାଧାନ l ଯନ୍ତ୍ରଣା ଦାୟକ ଚିକିତ୍ସା ଅପେକ୍ଷା ପ୍ରତିରୋଧକ ଯଥେଷ୍ଟ ଭଲ l ନା ନିଜେ ସଂକ୍ରମିତ ହେବେ, ନା ଆଉ କାହାକୁ କରିବେ !!


ଉଚିତ୍ ମନେକଲେ ମତାମତ ଦେବା ସହ ସେୟାର କରନ୍ତୁ!!

Leave a Reply