You are currently viewing ଆଜିର ଖବର କରୋନା ଭୂତାଣୁ ରୁ କିପରି ସୁରକ୍ଷିତ ରହିବେ – ସରକାରଙ୍କ ଦ୍ଵାରା ପଦକ୍ଷପ

ଆଜିର ଖବର କରୋନା ଭୂତାଣୁ ରୁ କିପରି ସୁରକ୍ଷିତ ରହିବେ – ସରକାରଙ୍କ ଦ୍ଵାରା ପଦକ୍ଷପ

 ନୁଯୁକ୍ତି ଖବର ଓଡିଶା ତରଫରୁ ଜରୁରୁ ସୂଚନା 

ଆଜିର ଖବର ତାରିଖ ୨୪/୦୩/୨୦, ମଙ୍ଗଳବାର
୧-ନୂଆଦିଲ୍ଲୀ: ଭାରତରେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି,୪୭୧ ସଂକ୍ରମିତ। ପଞ୍ଜାବ, ମହାରାଷ୍ଟ୍ର ଓ
ଚଣ୍ଡିଗଡରେ କର୍ଫ୍ୟୁ
, ସମସ୍ତ ବିମାନ ସେବା ବନ୍ଦ।
୨-ଲକଡାଉନ୍ ସଂପ୍ରସାରଣ କଲେ ରାଜ୍ୟ ସରକାର,ଆଉ ୯ଟି ଜିଲ୍ଲାରେ ତାଲା ବନ୍ଦ ଘୋଷଣା ।ଏହି ଜିଲ୍ଲାଗୁଡିକ ହେଉଛି, ପୁରୀ, ନୟାଗଡ, ଜଗତସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ୱର, ଢେଙ୍କାନାଳ, ସମ୍ବଲପୁର, ଝାରସୁଗୁଡା । ଏହି ୯ଟି ଜିଲ୍ଲା ଆଜିଠାରୁ ଲକଡାଉନ୍ ରହିବ ।
୩-ଏପ୍ରିଲ ୩୦ ପର୍ଯ୍ୟନ୍ତ ବନ୍ଦ ରହିବ ରାଜ୍ୟର ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ର :
ଘରେ ଘରେ ସମସ୍ତ ପ୍ରକାର ଶୁଖିଲା ରାସନ୍ ସାମଗ୍ରୀ ପହଞ୍ଚାଇବେ ଅଙ୍ଗନବାଡି କର୍ମୀ ଏବଂ
ସହାୟିକା।
୪-ଜଳ ଯୋଗାଣ ଓ ସଫେଇ କର୍ମଚାରୀଙ୍କ ଉପରେ ଏସମା ଲାଗୁ : ୬ ମାସ ଯାଏଁ ଆନ୍ଦୋଳନ
ଉପରେ ପ୍ରତିବନ୍ଧକ।
୫-ଲକ୍ ଡାଉନ୍ ଜିଲାରେ ସକାଳ ୧୦ ଟାରୁ ଅପରାହ୍ନ ୨ ଟା ଯାଏଁ ଖୋଲା ରହିବ
ବ୍ୟାଙ୍କ।
୬-ଗାଡି ପାସ୍ ପାଇଁ ଥାନାରେ ଲୋକଙ୍କ ଲମ୍ବା ଲାଇନ । ତାଲା ବନ୍ଦ ବେଳେ ଜରୁରୀ
କାମରେ ବାହାରକୁ ବାହାରିଲେ ପାସ୍ ବାଧ୍ୟତାମୂଳକ ଥିବାରୁ ଭିଡ ଲଗାଇଛନ୍ତି ଲୋକେ ।
୭-କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୩ ମାସର ଦରମା ଦାନ
କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଲୋକଙ୍କୁ ଅର୍ଥ ଦାନ କରିବାକୁ କଲେ ଅପିଲ୍।
୮-କରୋନା ଭୟ, ଅନିଶ୍ଚିତତାରେ ପ୍ରଭୁ ଲିଙ୍ଗଲାଜଙ୍କ ରୁକୁଣା
ରଥ ଯାତ୍ରା।
୯-କରୋନା ପାଇଁ ଗାଡ଼ି ଚଳାଚଳ ଉପରେ କଟକଣା : ଆଜି ଦିନ ୧୧ଟାରୁ ସାରା ରାଜ୍ୟରେ
ବସ୍ ସେବା ବନ୍ଦ
, ପୂର୍ବ ରାତି ୧୨ଟାରୁ ସିଟି ବସ୍ ସେବା ବନ୍ଦ
୧୦-ଲକ ଡାଉନ ନିୟମକୁ ମାନିଲେ ନାହିଁ ଜନସାଧାରଣ, ଶେଷରେ କର୍ଫ୍ୟୁ ଲଗାଇଦେଲେ ପଞ୍ଜାବ ସରକାର।
୧୧-କେରଳରେ ଗୋଟିଏ ଦିନରେ ୨୮ ନୂଆ ଆକ୍ରାନ୍ତ ଚିହ୍ନଟ, ମହାରାଷ୍ଟ୍ରରେ ୮୯ ଛୁଇଁଲା।
୧୨-ଭୋପାଳ:ଶିବରାଜ  ସିଂହ
ଚୌହ୍ବାନ  ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ
, ୪ର୍ଥ ଥର ପାଇଁ ନେଲେ ଶପଥ।
୧୩-ବିଶ୍ୱରେ କରୋନା ଆତଙ୍କ: ଇଟାଲୀରେ ୫ ହଜାର ଟପିଲା ମୃତ୍ୟୁ ସଂଖ୍ୟା,
ଆମେରିକାରେ ୩୪ହଜାର ସଂକ୍ରମିତ।
odia Coronavirus
ସୁରକ୍ଷିତ ରୁହାନ୍ତୁ ଏବୋଂ
ଘରେ ରୁହନ୍ତୁ

Leave a Reply